ବିକ୍ରାନ୍ତ ମେସିଙ୍କ ପୁଅ ବରଦାନକୁ ହେଲା ୧ ବର୍ଷ, ଫେସ୍ ରିଭିଲ କଲେ ଅଭିନେତା

Published By : Prameya-News7 Bureau | February 12, 2025 IST

ମୁମ୍ଵାଇ ୧୨।୦୨; ହିନ୍ଦୀ ଫିଲ୍ମ ଏବଂ ଟିଭି ଦୁନିଆର ଜଣାଶୁଣା ଅଭିନେତା ବିକ୍ରାନ୍ତ ମେସି। ତାଙ୍କ ପୁଅକୁ ବର୍ତ୍ତମାନ ୧ ବର୍ଷ ପୂରିଛି । ୨୦୨୫ ଫେବୃୟାରୀ ୭ରେ ବିକ୍ରାନ୍ତ ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶୀତଲ ଠାକୁର ପୁଅର ପ୍ରଥମ ଜନ୍ମଦିନ ଧୁମଧାମରେ ପାଳନ କରିଥିଲେ । ଏହି ଖାସ୍ ଅବସରରେ ବିକ୍ରାନ୍ତ ପୁଅର ଫେସ୍ ରିଭିଲ୍ କରିଛନ୍ତି । ଫ୍ୟାନମାନଙ୍କୁ ସେ ପୁଅର ଚେହେରା ଦେଖାଇଛନ୍ତି ।

ସୋସିଆଲ ମିଡିଆରେ ସେୟାର କରାଯାଇଥିବା କିଛି ଫଟୋରେ ଦୁହେଁ ପୁଅ ବରଦାନ ସହ ପୋଜ୍ ଦେଇଥିବାର ନଜର ଆସିଛନ୍ତି । ହ୍ୱାଇଟ୍ ଶାର୍ଟ, ବ୍ରାଉନ୍ ପ୍ୟାଣ୍ଟରେ ବରଦାନ ବହୁତ କ୍ୟୁଟ୍ ଦେଖାଯାଉଛନ୍ତି । ବରଦାନକୁ ବିକ୍ରାନ୍ତ କୋଳରେ ଧରିଛନ୍ତି । କପଲଙ୍କ ଫ୍ୟାମିଲି ଫଟୋକୁ ୟୁଜରମାନେ ବହୁତ ପସନ୍ଦ କରୁଛନ୍ତି । 

ପୁଅର ଜନ୍ମଦିନରେ ଫଟୋଗୁଡ଼ିକୁ ସେୟାର କରି ଅଭିନେତା ଲେଖିଛନ୍ତି, 'ଶୀତଲ, ତୁମ ସହିତ ଖୁବ୍ ବଢ଼ିଆ ଜର୍ଣ୍ଣି ରହିଲା । ପ୍ୟାରେଣ୍ଟିଙ୍ଗର ୧ ବର୍ଷ ଶୁଭେଚ୍ଛା । ବରଦାନକୁ ତୁମଠାରୁ ଭଲ ମା' ମିଳିପାରି ନ ଥାଆନ୍ତା' । ବିକ୍ରାନ୍ତ ଓ ଶୀତଲଙ୍କର ୨୦୧୯ରେ ନିର୍ବନ୍ଧ ହୋଇଥିଲା । ୨୦୨୨ ଫେବୃୟାରୀ ୧୮ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ହିମାଚଳ ରୀତିନୀତି ଅନୁଯାୟୀ ଦୁହିଁଙ୍କ ବିବାହ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.